Site icon ଆଜିକାଲି

ଚିଲିକାରେ ପୁଣି ଅଘଟଣ, କୁହୁଡ଼ି ପାଇଁ ଫସିଲା ଭସାପୋଲ

ବ୍ରହ୍ମଗିରି : ମଝି ଚିଲିକାରେ ପୁଣି ଅଘଟଣ । କୁହୁଡ଼ି ପାଇଁ ପୁଣି ଚିଲିକାରେ ଫସିଲା ଭସାପୋଲ । ଏଥିରେ ଶତାଧିକ ଲୋକ ସହ ଅନେକ ବସ୍‌ ଏବଂ କାର୍‌ ଥିବା ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ୭.୩୦ରୁ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା । ଚିଲିକା ମଝିରେ ଅତ୍ୟଧିକ କୁହୁଡ଼ି ଲାଗି ଭସାପୋଲଟି ଅଟକିଥିଲା । ଆଗକୁ ଆଉ ରାସ୍ତା ଦେଖାନଯିବାରୁ ଚିଲିକା ମଝିରେ ଅଟକି ରହିଛି । ଭସାପୋଲରେ ପ୍ରାୟ ୧୦୦ରୁ ଅଧିକ ଲୋକ, କାର୍‌, ଗାଡି ଆଦି ରହିଛି ।

Exit mobile version