Site icon ଆଜିକାଲି

ରାଜ୍ୟରେ ୧୮ ବେଳକୁ ଆଉ ଏକ ଲଘୁଚାପ

ଭୁବନେଶ୍ୱର -ଚଳିତମାସ ୧୮ ତାରିଖ ବେଳକୁ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଆଜି ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବର୍ତ୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ।ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୧୭ ରୁ ୧୯ ତାରିଖ ଏହାର ସର୍ବାଧିକ ପ୍ରଭାବ ପଡିବପାରେ ।

ରାଜ୍ୟରେ କିଛି ଦିନର ଶୁଖିଲା ପାଗ ପରେ ପୁଣି ଥରେ ଲେଉଟୁଛି ବର୍ଷା। ଆଗାମୀ ୪ ଦିନ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେପଟେ ଏ ବର୍ଷ ଜୁନ ପହିଲାରୁ ଅଗଷ୍ଟ ୧୬ ଯାଏଁ ରାଜ୍ୟରେ ୬୭୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏତିକି ଅବଧି ମଧ୍ୟରେ ୭୪୯ ମିମି ବର୍ଷା ହେବା କଥା । ଏ ଯାଏଁ ରାଜ୍ୟରେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଗୋଟିଏରେ ସ୍ୱାଭାବିକଠାରୁ ଢେର ଅଧିକ ବର୍ଷା ହୋଇଛି। ଆଉ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Exit mobile version