Site icon ଆଜିକାଲି

ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ!

ଭୁବନେଶ୍ୱର : ରାୟଗଡ଼ାରେ ଦୁଇ ଋଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ଏବେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ପାରାଦୀପରେ ରୁଷୀୟ ଚିଫ୍ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇଙ୍କର ବନ୍ଦର ନିଷିଦ୍ଧାଞ୍ଚଳରେ ମୃତ୍ୟୁ ହୋଇଛି । ରୁଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ତାଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ କହିଛନ୍ତି ।

Exit mobile version