Site icon ଆଜିକାଲି

ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ଆଉ ଏକ ଟ୍ରକ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା ଜାତୀୟ ରାଜପଥରେ ଦୁର୍ଘଟଣା । ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ଆଉ ଏକ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ।

ସୂଚନା ଯେ, ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ଜାତୀୟ ରାଜପଥ ନିକଟରେ ଏକ ଟ୍ରକ ରାସ୍ତା ଉପରେ ଛିଡା ହୋଇଥିଲା । ଏହି ସମୟରେ ପାରାଦୀପ ପଟୁ ଆସୁଥିବା ଏକ କ୍ରୋମାଇଟ୍‌ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ସାମ୍ନାରେ ଥିବା ଦୁଇଟି ଟ୍ରକ ଦୁର୍ଘଟଣାରେ କ୍ଷତି ହୋଇଥିଲା । ତେବେ ଦୁର୍ଘଟଣା ପରେ କ୍ରୋମାଇଟ୍‌ ବୋଝେଇ ଟ୍ରକର ହେଲ୍‌ପର କ୍ୟାବିନ ଭିତରେ ଚାପି ହୋଇରହିଥିଲେ । ସ୍ଥାନୀୟ ଲୋକେ ହେଲପରକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ଡ୍ରାଇଭରକୁ ଉଦ୍ଧାର କରିପାରନଥିଲେ । ଶେଷରେ ଗାଡିକୁ କାଟି ଡ୍ରାଇଭରକୁ ଗୁରୁତର ଭାବେ ବାହାର କରିଥିଲେ ତମାଣ୍ଡୋ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ।

Exit mobile version