Site icon ଆଜିକାଲି

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ଶଚେତନତା ଶିବିର ଅନୁଷ୍ଠିତ


କେନ୍ଦୁଝର, ଆଞ୍ଚଳିକ ମହାବିଦ୍ୟାଳୟ ପଦ୍ମପୁର ଠାରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ଶଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସଂଗଠନର ରାଷ୍ଟ୍ରିୟ ସଂପାଦକ ଡାକ୍ତର ବିପିନ୍ ମିଶ୍ର, ସଙ୍ଗଠନର ରାଜ୍ୟ ସମ୍ପାଦକ ଗୋଲକ ସିଂ , କେନ୍ଦୁଝର ଜିଲା ସଭାପତି ବରିଷ୍ଠ ଆଇନ୍ ଜୀବି ବିରଜା ମିଶ୍ର, ସରୋଜ ସାହୁ ଓ ପଦ୍ମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗତିକୃଷ୍ଣ ବାରିକ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ରହି ତାଙ୍କର ଅଭିଭାଷଣ ମାଧ୍ୟମରେ କେନ୍ଦୁଝର ଜିଲ୍ଲାରୁ କିଭଳି ଦୁର୍ନୀତିମୁକ୍ତ କରିବା ପାଇଁ କିଭଳି ଭାବରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଇପାରିବ ସେଥିପାଇଁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜିବୀ ତଥା ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା କେନ୍ଦୁଝର ଜିଲ୍ଲା ଶାଖାର ସଭାପତି ବିରଜା ମିଶ୍ର ପରିଚାଳନା କରିବା ସହିତ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାକୁ ଦୁର୍ନିତୀ ମୁକ୍ତ କରିବା ପାଇଁ ତୃଣମୂଳ ସ୍ଥର ରେ ବିଭିନ୍ନ ପଦକ୍ଷେପ ନେବାକୁ ଜିଲାବାସୀଙ୍କର ସମର୍ଥନ କାମନା କରିଥିଲେ ।

Exit mobile version