Site icon ଆଜିକାଲି

ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସରୋଜଂକୁ ବାନ୍ଧିଲା ଏସଟିଏଫ୍, ଦଶପଲ୍ଲାରେ ଚାଞ୍ଚଲ୍ୟ

ଦଶପଲ୍ଲା-୧୪/୦୫
ଦେଶ ବିରୋଧି କାର୍ଯ୍ୟରେ ଲିପ୍ତ ପାଇଁ ନୟାଗଡ଼ରୁ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ସେଥି ମଧ୍ୟରୁ ଜଣେ ହେଲେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସାକେଣୀ ଗାଁର ସରୋଜ ନାୟକ । ସରୋଜ ନୟାଗଡ଼ରେ ଘର ଭଡ଼ା ନେଇ ସିମ କାର୍ଡ ବିକ୍ରି କରୁଥିଲେ lଗତ କାଲି ସନ୍ଧ୍ୟା ବେଳେ ଏସଟିଏଫ୍
ଏବଂ ଦଶପଲ୍ଲା ପୋଲିସ ସାକେଣି ସ୍ଥିତ ଘରକୁ ଯାଇ ଥିବାବେଳେ ସେଠାରେ ଘର ତାଲା ଝୁଲୁ ଥିଲା ଏବଂ ସରୋଜର ପରିବାର ଲୋକେ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ। ନୟାଗଡ଼ରେ ସିମ୍ ଦୋକାନ କରିବା ପରେ ସରୋଜ ଖୁବ୍ ଅଏସ୍ ଜୀବନ ଯାପନ କରୁଥିବା ଶୁଣିବାକୁ ମିଳୁଛି। ଘଟଣା ଦଶପଲ୍ଲାରେ ଚାାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନାଯୋଗ୍ୟ ଯେ, ସରୋଜ ସହିତ ନୟାଗଡ଼ ଇଟାମାଟି ଓ ଯାଜପୁର ଅଂଚଳର ଅନ୍ୟ ଦୁଇ ଜଣ ମଧ୍ଯ ଗିରଫ୍ ହୋଇଛନ୍ତି। ଓଟିପି ସେୟାରିଂ ସ୍କାମକରି କିଛି ପାକିସ୍ଥାନୀ ଇଣ୍ଟେଲିଜେନ୍ସି ଅଧିକାରୀ ଓ ଆଇଏସଆଇ ଏଜେଣ୍ଟ ମାନଂକୁ ଲିଂକ ଜେନେରେଟ୍ କରି ତଥ୍ଯ ଦେବା ଏପରିକି ହ୍ୱାଟସପ୍, ଇନଷ୍ଟାଗ୍ରାମ ଇତ୍ୟାଦି ସହଯୋଗରେ ବିଭିନ୍ନ ଆକାଉଣ୍ଟ୍ କରି ଲିଂକ୍ ସେୟାର କରୁଥିବାର ଅଭିଯୋଗରେ ଏସଟିଏଫ୍ ଏମାନଙ୍କୁ ବାନ୍ଧିଛି।

Exit mobile version