Site icon ଆଜିକାଲି

ଆନ୍ଧ୍ର-ଓଡିଶା ସୀମାନ୍ତରେ ନକ୍ସଲ ବିରୋଧୀ ଅଭିଯାନ, ବିପୁଳ ବିସ୍ଫୋରକ ଜବତ


କୋରାପୁଟ : କୋରାପୁଟ ପୋଲିସ, ଏସଓଜି ଓ ଡିଭିଏଫ ପକ୍ଷରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଏକ ନକ୍ସଲ ବିରୋଧୀ ଅପରେସନ କରାଯାଇଥିଲା। ଅପରେସନରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ଜବତ ସାମଗ୍ରୀ ମଧ୍ୟରେ ୭୦ ହଜାର ଟଙ୍କା ସମେତ ୧୭ ମିଟର ତାର, ୩୧ଟି ଜିଲେଟିନ ଷ୍ଟିକ, ୧୧ଟି ଡିଟୋନେଟର, ଏକ ତାର ବଣ୍ଡଲ, ୨ଟି ଟିଫିନ୍ ବୋମା, ଗୋଟିଏ ପ୍ରେସର କୁକର ବୋମା, ଗୋଟିଏ ଟେଷ୍ଟିଂ ପିନ ରହିଛି। ସେହିପରି କୋରାପୁଟ ଜିଲା ମାଛକୁଣ୍ଡ ଥାନା ଓ ମାଲକାନଗିରି ଜିଲା ମୁଦୁଲିପଡା ଥାନା ଅନ୍ତର୍ଗତ ହଁନୁମାଲ, ସିଂଧୁପୁଟ, ଅଣ୍ଡେଇ ପଦର, ଅନ୍ଦ୍ରହଲ, ଉଡୁଲିପଦର ଆଦି ଅଞ୍ଚଳର ବହୁ ମାଓ ସମର୍ଥକ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Exit mobile version