Site icon ଆଜିକାଲି

ଅନୁପଙ୍କୁ ହାଇକୋର୍ଟରୁ ବଡ ଆଶ୍ବସ୍ତି, ଆଜୀବନ କାରାଦଣ୍ଡାଦେଶ ସ୍ଥଗିତ


ଝାରସୁଗୁଡ଼ା: ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଲାସପୁର ହାଇକୋର୍ଟରୁ ବଡ ଆଶ୍ବସ୍ତି ମିଳିଛି। ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ତଳକୋର୍ଟର ସମସ୍ତ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ। ହାଇକୋର୍ଟରେ ଅପିଲ ମାମଲା ଶେଷ ଯାଏ ରୋକ।

ଗତ ୩ ତାରିଖରେ ଅନୁପଙ୍କ କାରାଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନ ଓ ଜାମିନ ଆବେଦନ ଉପରେ ବିଲାସପୁର ହାଇକୋର୍ଟରେ ଶୁଣାଣି ହୋଇଥିଲା। ଆଉ ଆଜି ଏହାର ରାୟ ପ୍ରକାଶ ପାଇଛି। ଏଥିରେ ମାନ୍ୟବର ହାଇକୋର୍ଟ ଶ୍ରୀ ସାଏଙ୍କୁ ଏକ ଲକ୍ଷ ଟଙ୍କା ଓ ଜଣେ ଜମିନଦାର (ବେଲ ବଣ୍ଡ) ବଳରେ ଜାମିନ ପ୍ରଦାନ କରିଛନ୍ତି। ଏହାଛଡା ଆସନ୍ତା ଡିସେମ୍ବର ୨୦ ତାରିଖ ମଧ୍ୟରେ ତଳ କୋର୍ଟ (ରାୟଗଡ ) ରେ ହାଜର ହୋଇ ଜାମିନ୍ ରେ ଯିବେ ବୋଲି ରାୟରେ ଉଲ୍ଲେଖକରାଯାଇଛି। ଏହାଛଡା ତଳ କୋର୍ଟର ଧାର୍ଯ୍ୟ ସମସ୍ତ ତାରିଖରେ କୋର୍ଟ ରେ ହାଜର ହେବେ ବୋଲି ରାୟରେ ଉଲ୍ଲେଖ ରହିଛି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ତଳ କୋର୍ଟର ସମସ୍ତ ଦଣ୍ଡାଦେଶକୁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ସେହିପରି ହତ୍ୟା ଷଡଯନ୍ତ୍ର ୧୨୦ ବି ଦଫା ଲାଗୁ ହେବ ନାହିଁ ବୋଲି ରାୟରେ ଉଲ୍ଲେଖ ରହିଛି। ପୋଲିସ୍ ୪ ବର୍ଷ ପରେ ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ପ୍ରଦାନକାରୀଙ୍କ ବୟାନ ରେକର୍ଡ କରିବା ପଛରେ କି କାରଣ ରହିଛି ପୋଲିସ୍ ଉଲ୍ଳେଖ କରିନାହିଁ। ତେଣୁ, ତଳକୋର୍ଟର କାରାଦଣ୍ଡାଦେଶ ବିରୋଧରେ ହୋଇଥିବା ପିଟିସନର ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡାଦେଶ ସହିତ ସମସ୍ତ ଦଣ୍ଡାଦେଶକୁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି।

Exit mobile version