Site icon ଆଜିକାଲି

କେନ୍ଦୁଝର ଜିଲ୍ଲା ଗସ୍ତରେ ଅପରାଜିତା ଷଡଙ୍ଗୀ, ସିଦ୍ଧମଠ ଠାରେ ଭବ୍ୟ ସ୍ୱାଗତ ଜଣାଇଲେ ବିଜେପି କାର୍ଯ୍ୟକର୍ତା


କେନ୍ଦୁଝର, ୯/୦୪ ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଓ ଲୋକପ୍ରିୟ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କେନ୍ଦୁଝର ଜିଲ୍ଲା ବଲାଣୀ ଅଞ୍ଚଳ ଗସ୍ତରେ । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ମହକୁମା ଠାରେ ଜିଲ୍ଲାର ବିଜେପି
ବରିଷ୍ଠ ସଦସ୍ଯ ମାନେ ଓ କେନ୍ଦୁଝର ମ୍ୟୁନିସିପାଲର ଭାଜପା କାଉନସିଲର ଏବଂ ଯୁବ ନେତୃତ୍ୱ ମାନେ କେନ୍ଦୁଝର ପୁରୁଣା ବଜାର ସ୍ଥିତ ସିଦ୍ଧମଠ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କଲେ। କେନ୍ଦୁଝର ମ୍ୟୁନିସିପାଲ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ , ଦୁଇ ନମ୍ବର କାଉନସିଲର ଶ୍ରୀଯୁକ୍ତ ନିହାର ରଂଜନ ଦାସ, ତିନି ନମ୍ବର କାଉନସିଲର ଶ୍ରୀମତୀ ମିତା ମହାନ୍ତି , ଚାରି ନମ୍ବର କାଉନସିଲର ଶ୍ରୀମତୀ ମୀନା ଦଳେଇ , ପାଞ୍ଚ ନମ୍ବର କାଉନସିଲର ଶ୍ରୀଯୁକ୍ତ ପଙ୍କଜ ଦ୍ୱୀବେଦୀ, ଛଅ ନମ୍ବର କାଉନସିଲର କୁମାରୀ ଇନ୍ଦୁମତୀ ମିଶ୍ର ଓ ଅଠର ନମ୍ବର କାଉନସିଲର ଶ୍ରୀଯୁକ୍ତ କିରଣ ସୋରେନ ତଥା ଅନ୍ୟମାନେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତା ଙ୍କ ଭବ୍ୟ ସମ୍ବର୍ଦ୍ଧନା ଏବଂ ଉତ୍ସାହ ଦେଖି ଖୁସି ପ୍ରକଟ କରିଥିଲେ ଶ୍ରୀମତୀ ଷଡଙ୍ଗୀ । ଭାଜପାର ବରିଷ୍ଠ ସଦସ୍ଯ ଇଂ ଅଜୟ କୁମାର ସାହୁଙ୍କ ନେତୃତ୍ବରେ ଶ୍ରୀଯୁକ୍ତ ଅଶ୍ବିନୀ ପଟ୍ଟନାୟକ, ଶ୍ରୀଯୁକ୍ତ ପ୍ରଭୁପାଦ ମିଶ୍ର, ଶ୍ରୀଯୁକ୍ତ ଅନ୍ତର୍ଯାମୀ ପତି , ପୂର୍ବତନ ଜିଲ୍ଲା ସଭାପତି
ଶ୍ରୀଯୁକ୍ତ ରାଧାକାନ୍ତ ମହାନ୍ତ, ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ କମଳାକାନ୍ତ ଦାସ , ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମିଶ୍ର,ଅଖିଳ ନାଏକ ଓ ବୁଟା ସିଂହ, ଯୁବ ନେତା ବ୍ରଜକିଶୋର ରାୟ, ଜଳଧର ସାହୁ, ହିମାଂଶୁ ପୁହାଣ, ନଗର ମଣ୍ଡଳ ଯୁବମୋର୍ଚାର ସଭାପତି ପ୍ରିୟବ୍ରତ ଜେନା, ଅସିତନନ୍ଦନ ମହାନ୍ତି,ମନରଞ୍ଜନ ଜେନା, ଗୌତମ ନାଏକ, ରିଂଟୁ ପତି ମିଳିତ ଭାବରେ ଏହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Exit mobile version