Site icon ଆଜିକାଲି

ଆପ୍ ବନାମ ରାଜ୍ୟପାଳ: ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ପୁଣି ସୁପାରିସ କଲା ପଞ୍ଜାବ କ୍ୟାବିନେଟ


ଚଣ୍ଡିଗଡ଼: ଆମ୍ ଆଦମୀ ପାର୍ଟି (ଆପ୍) ବନାମ ରାଜ୍ୟପାଳ। ଆସ୍ଥା ଭୋଟ୍ ନେଇ ପଞ୍ଜାବରେ ଆପ୍ ସରକାର ଓ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ବିଜେପି ଆପ୍ ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ବିଧାନସଭାରେ ଆସ୍ଥା ଭୋଟ୍ ଲୋଡିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେପ୍ଟେମ୍ବର ୨୨ ଅର୍ଥାତ୍ ଆଜି ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଆହୂତ କରିବାକୁ ଭଗଓ୍ବନ୍ତ ମାନ୍ ସରକାର ସୁପାରିସ କରିଥିଲେ । ତେବେ ସରକାରଙ୍କ ଏପରି ପ୍ରସ୍ତାବକୁ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ ବୁଧବାର ଖାରଜ କରିଦେଇଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି ।

ଏହି ପ୍ରସଙ୍ଗରେ ଗୁରୁବାର ବସିଥିବା ଆପ୍ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଆପ୍ ସରକାର ରାଜ୍ୟପାଳଙ୍କୁ ପୁଣି ସୁପାରିସ କରିଛି । ଆସନ୍ତା ମଙ୍ଗଳବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସୁପାରିସ କରାଯାଇଛି। ଅନ୍ୟପକ୍ଷରେ ବିଜେପିର ‘ଅପରେସନ୍ ଲୋଟସ୍’ ବିରୋଧରେ ଶାସକ ଦଳ ଆଜି ଶାନ୍ତି ମାର୍ଚ୍ଚ କରିବ । ଦଳର ୯୨ ବିଧାୟକ ଆଜି ବିଧାନସଭା ଠାରୁ ରାଜ ଭବନ ଅଭିମୁଖେ ପଦଯାତ୍ରାରେ ଯିବେ ।

Exit mobile version