Site icon ଆଜିକାଲି

ଭାରତରେ ବିବିସିକୁ ବ୍ୟାନ୍ ପାଇଁ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ବିବିସି ଉପରେ ବ୍ୟାନ୍ ଲଗାଇବାକୁ ଦାବି କରି ହିନ୍ଦୁ ସେନା ତରଫରୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

ହିନ୍ଦୁ ସେନା ନିଜ ପିଟିସନରେ ଯୁକ୍ତି କରିଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ଯୋଗୁଁ ଭାରତରେ ଅଶାନ୍ତି ସୃଷ୍ଟି ହୋଇପାରେ । ତେଣୁ ଭାରତରେ ବିବିସିକୁ ବ୍ୟାନ୍ କରାଯାଉ।

ଏନେଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୌଣସି ମିଡ଼ିଆ ଉପରେ ସେନ୍ସରସିପ ଲଗାଯାଇ ପାରିବ ନାହିଁ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏମ.ଏମ ସୁନ୍ଦ୍ରେଶଙ୍କ ଖଣ୍ଡପୀଠ କହିଛନ୍ତି ଯେ ବିଭ୍ରାନ୍ତିକର ଧାରଣାରୁ ଏପରି ଆବେଦନ କରାଯାଇଛି । କୋର୍ଟ ସେନ୍ସରସିପ୍ ଲଗାଇ ପାରିବେ ନାହିଁ।

ସୂଚନା ଯେ, ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ମୋଦୀ କ୍ବେଶ୍ଚିନ୍’ର ଦୁଇଟି ଅଧ୍ୟାୟ ପ୍ରସାରଣ ହୋଇଥିଲା । ଯଦିଓ ଏହି ଡକ୍ୟୁମେଣ୍ଟାରୀ ଭାରତରେ ପ୍ରସାରିତ ହୋଇନଥିଲା, ତେବେ କେନ୍ଦ୍ର ସରକାର ଇଣ୍ଟରନେଟରେ ଏହି ଡକ୍ୟୁମେଣ୍ଟାରୀ ଲିଙ୍କ୍ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ସ୍କ୍ରିନିଂକୁ ନେଇ ଅନେକ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା ।

FacebookTwitterLinkedinWhatsapp
Exit mobile version