Site icon ଆଜିକାଲି

ଓଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ସମୟସୀମା ୨୬ ତାରିଖ ଯାଏଁ ବୃଦ୍ଧି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା-ଓଟିଇଟି ୨୦୨୨ ପାଇଁ ଦ୍ୱିତୀୟ ଥର ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଆସନ୍ତା ୨୬ ତାରିଖ ଯାଏଁ ପରୀକ୍ଷାର୍ଥୀମାନେ ଫର୍ମପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆବେଦନ ପ୍ରକ୍ରିୟା ୧୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୯ ତାରିଖରେ ଶେଷ ହେବାର ଥିଲା। ହେଲେ ବହୁ ଆଶାୟୀ ଅନଲାଇନ୍‌ରେ ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଆବେଦନ ସମୟସୀମା ବୃଦ୍ଧି କରାଯାଇଛି।

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଓଟିଇଟି ଦ୍ୱିତୀୟ ପରୀକ୍ଷା ଅନୁଷ୍ଠିତ ହେବ। ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହର ଭଳି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ। ଦୁଇଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version