Site icon ଆଜିକାଲି

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଖାଲି ପଡ଼ିଥିବା ପିଜି ସିଟଗୁଡିକରେ ନାମଲେଖାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁନଃର୍ବାର ବିଜ୍ଞପ୍ତି ପ୍ରକାଶ ପାଇଛି । ନାମଲେଖା ପାଇଁ ଆବେଦନ ୧ରୁ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ହିଁ ନାମଲେଖା ପାଇଁ ଆବେଦନ କରିବେ ।

ନଭେମ୍ୱର ୧ ତାରିଖ ଦିନ ୧୨ଟା ଠାରୁ ଠାରୁ ୩ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସାମ୍ସ ୱେସାଇଟରେ କମନ ଆପ୍ଳିକେସନ ଫର୍ମ(ସିଏଏଫ) ଉପଲବ୍ଧ ହେବ । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏହି ସମୟରେ ଆବେଦନ କରିବାକୁ ଥିବାବେଳେ ୪ ତାରିଖ ଦିନ ୨ଟା ସମୟରେ ମେଧା ତାଲିକା ପ୍ରକାଶ ପାଇବ । ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ଏଣ୍ଟ୍ରାନ୍ସ ମାର୍କ ଓ କ୍ୟାରିୟର ମାର୍କକୁ ମାର୍କକୁ ଆଧାର କରି ତାଲିକା ପ୍ରକାଶ ପାଇବ । ଅପରପକ୍ଷେ ନଭେମ୍ବର ୫ ତାରିଖରୁ ୨୧ ତାରିଖ ମଧ୍ୟରେ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ନାମଲେଖା ସମ୍ପର୍କିତ କାର୍ଯ୍ୟକ୍ରମ ଶେଷ କରିବେ । ୨୩ ତାରିଖରୁ ୨୫ ତାରିଖ ମଧ୍ୟରେ ନାମଲେଖା ତାଲିକା ପ୍ରକାଶ ପାଇବ । ତେବେ ବିଭାଗ ଦର୍ଶାଇଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ, ଦ୍ୱିତୀୟ କିମ୍ୱା ସ୍ପଟ ନାମଲେଖା ସମୟରେ ନାମଲେଖାଇ ପରବର୍ତୀ ସମୟରେ ସିଏଲସି ବା ୟୁଏଲସି ନେଇ ଯାଇଛନ୍ତି ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ । ଏହା ସହ ଛାତ୍ରଛାତ୍ରୀମାନେ ଯେଉଁ ବିଷୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବେ ସେମାନେ ଅନ୍ୟ କୌଣସି ବିଷୟରେ ନାମଲେଖା ଲାଗି ଆବେଦନ କରିପାରିବେନି ବୋଲି ବିଭାଗ ପକ୍ଷରୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

Exit mobile version