Site icon ଆଜିକାଲି

ଆଜିଠୁ ଦ୍ବିତୀୟ ସ୍ବତନ୍ତ୍ର ଓଜେଇଇ ୨୦୨୨ ପାଇଁ ଆବେଦନ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବା ସ୍ୱତନ୍ତ୍ର ଓଜେଇଇ ଲାଗି ଆଜିଠୁ ଆବେଦନ ଆରମ୍ଭ ହେବ । ଆସନ୍ତା ୭ ତାରିଖ ହେଉଛି ଆବେଦନର ଶେଷ ଦିନ । ପ୍ରବେଶିକା ପରୀକ୍ଷା ଏହିମାସ ଶେଷ ସପ୍ତାହ ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବା ସମ୍ଭାବନା ରହିଛି। ଆଗରୁ ଜେଇଇ ଓ ଓଜେଇଇ ଦେଇଥିବା ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ଦେବା ଆବଶ୍ୟକ ନାହିଁ। ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ସଂପର୍କିତ ସବୁ ସୂଚନା www.ojee.nic.in ରେ ପାଇପାରିବେ।

Exit mobile version