Site icon ଆଜିକାଲି

ଆଜିଠୁ ଯୁକ୍ତ ତିନିରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା, ଜୁଲାଇ ୧୪ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ବର : ଯୁକ୍ତ ୩ରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ । ଜୁଲାଇ ୪ ତାରିଖ ଯାଏ ଚାଲିବ ଆବେଦନ ପ୍ରକ୍ରିୟା । ଜୁଲାଇ ୧୪ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୨୭ରେ ଦ୍ବିତୀୟ ପର୍ଯ୍ୟାୟ ଓ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବ ।

ସାମ୍ସ ଓ୍ବେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୨୦୨୨-୨୩ ଶିକ୍ଷାବର୍ଷରେ ୧ ହଜାର ୨୩ଟି ଯୁକ୍ତ ତିନି କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟରେ ନାମଲେଖା ହୋଇଥିଲା । ସୂଚନା ଯେ, ଚଳିତବର୍ଷ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍ ରହିଛି ।

Exit mobile version