Site icon ଆଜିକାଲି

ନିଯୁକ୍ତି ପର୍ବ : ଆଜି ୨ହଜାର ୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ସହ ଡାକ୍ତର ଅଭାବ ସମସ୍ୟା ଦୂର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି। ଓଡ଼ିଶା ମେଡିକାଲ ଓ ହେଲ୍ଥ ସର୍ଭିସେସ (ଓଏମଏଚଏସ) କ୍ୟାଡରରେ ୫ ହଜାରରୁ ଅଧିକ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି।

ଓଡ଼ିଶା ସରକାରଙ୍କ ‘ନିଯୁକ୍ତି ପର୍ବ’ରେ ଆଜି ନୂଆ ଡାକ୍ତରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ୨ ହଜାର ୪୭୩ ଚିକିତ୍ସାଧିକାରୀ ଓ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଧ୍ୟା ୫ଟାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବାକୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ।

Exit mobile version