Site icon ଆଜିକାଲି

ଅରଡେଇ ଫାଉଣ୍ତେସନ ପକ୍ଷରୁ ଦୁଇଦିନିଆ ଜାତୀୟ ସ୍ତରୀୟ ଚିତ୍ରକଳା କର୍ମଶାଳା

କେନ୍ଦୁଝର,୨ା୬(ନି.ପ୍ର):କେନ୍ଦୁଝର ସହର ଠାରେ ଅରଡେଇ ଆର୍ଟ ଫାଉଣ୍ତେସନ ପକ୍ଷରୁ ଦୁଇଦିନିଆ ଜାତୀୟ ସ୍ତରୀୟ ଚିତ୍ରକଳା କର୍ମଶାଳା ଏବଂ ପ୍ରଦର୍ଶନୀ ସାଧନା-୨୦୨୩ ଆୟୋଜନ ହୋଇଛି।ଏହି କର୍ମଶାଳାରେ ଓଡିଶା ସମେତ ଦିଲ୍ଲୀ,କଲିକତା,କେରଳ,ବରୋଦା,ହାଇଦ୍ରାବାଦ,ମଥୁରା ରୁ ୩ଜଣ ସୁନାମଧନ୍ୟ ଚିତ୍ରଶିଳ୍ପୀ ଯାଗଦେବେ ବୋଲି ଜଣାପଡିଛି। ପ୍ରଥମ ଦିନ ଜୁନ ୧୧ତାରିଖ ସାନଘାଗରା ଠାରେ ପ୍ରାକୃତିକ ସୈାଦର୍ଯ୍ୟକୁ ଜଳଛବି ଓ କାନଭାସରେ ରୂପ ଆବୃତ୍ତି କରିବେ। ଦ୍ବିତୀୟ ଦିନ ଜୁନ ୧୨ତାରିଖ କେନ୍ଦୁଝରଗଡ ସହର ର ବିଭିନ୍ନ ସ୍ଥାନରେ କଳାକାର ମାନେ ସୁଟ ପେନଟିଙ୍ଗ କରିବାର କାର୍ଯ୍ୟକ୍ରମ ରହିଛି।ଏହିଦିନ କର୍ମଶାଳା ର ସମସ୍ତ ଛବିକୁ ପାର୍କ ଲାଇନରେ ଥିବା ନୂତନ ଅଡିଟରିୟମ ପ୍ରାଙ୍ଗଣରେ ପ୍ରଦର୍ଶିତ କରାଯିବ।ଅରଡେଇ ଆର୍ଟ ଫାଉଣ୍ତେସନର ଡ଼ାଇରେକ୍ଟର ଶିଳ୍ପୀ ରାଜେନ୍ଦ୍ର ସାହୁ ଓ କୋର୍ଡିନେଟର ଦେବଦର୍ଶନ ଦାସ ସମେତ ସନ୍ତୋଷ ମହାନ୍ତ ଜଣାଇଛନ୍ତି। ଏହି ଚିତ୍ରକଳା ପ୍ରଦର୍ଶନୀରେ ବହୁସଂଖ୍ୟାରେ ଜିଲ୍ଲାବାସୀ ଆସି ଚିତ୍ରକଳାକୁ ଉପଭୋଗ କରିବାକୁ ନିବେଦନ କରାଯାଇଛି।

Exit mobile version