Site icon ଆଜିକାଲି

ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଂଜିତ ବେହେରା

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେଲେ ଆରକିଟେକ୍ଟ ରଞ୍ଜିତ ବେହେରା । ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ ଆପ୍ରୁଭାଲ ଠାରୁ ଆରମ୍ଭ କରି ଡିଜାଇନ୍ କରିଥିଲେ । ରଞ୍ଜିତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଥିବା ସୂଚନା । ସେହି ଟଙ୍କା କାରବାର ନେଇ ହୋଇପାରେ ଜେରା । ତେବେ ଆଶ୍ଚର୍ଯ୍ୟର କଥା ଅର୍ଚ୍ଚନାଙ୍କ ଘର ଡିଜାଇନ ପାଇ ତୁର୍କୀରୁ ଆସିଥିଲା ଘର ସଜ୍ଜାର ସୌଖିନ ସାମଗ୍ରୀ । ଏସବୁ ପ୍ରସଙ୍ଗରେ ରଞ୍ଜିତଙ୍କୁ ଜେରା କରିପାରନ୍ତି ତଦନ୍ତକାରୀ ଅଧିକାରୀ ।

ସେହିପରି ଗତ ସୋମବାର ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ବି ଇଡି ପାଖାପାଖି ୧୩ ଘଣ୍ଟା ଜେରା କରିଥିଲା। ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ଇଡି ଆଜି ଅର୍ଚ୍ଚନା ନାଗଙ୍କୁ ପଚାରିପାରେ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡିଛି । ସୂଚନା ଯେ, ଅର୍ଚ୍ଚନା ନାଗଙ୍କୁ ଆଜିଠୁ ୭ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ। ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version