Site icon ଆଜିକାଲି

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା : ଇଡିରେ ହାଜର ହେଲେ ଗାଡ଼ି ସୋରୁମର ମାଲିକ

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜେରା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ବ୍ୟବସାୟୀ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିବା ଜଣାଯାଇଛି। ଗଙ୍ଗାଧର ସାମଲ ଲାଣ୍ଡ ରୋଭର୍ ଗାଡ଼ି ସୋରୁମର ମାଲିକ । ସେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ବୋଲି ଜଣାପଡ଼ିଛି।

ସୂଚନା ଯେ, ଗତ ବୁଧବାର ଇଡି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ହୋଟେଲ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ୭ଘଣ୍ଟା ଏବଂ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୯ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ପୁଣି ଅକ୍ଷୟଙ୍କୁ ଜେରା କରିଥିଲା। ଅକ୍ଷୟଙ୍କ ସମେତ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଆସିଥିବା ଖଗେଶ୍ବର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ମୁହାଁମୁହିଁ ଜେରା କରିଥିଲା। ସକାଳ ପ୍ରାୟ ୭ଟା ୪୦ ମିନିଟ୍‌ ବେଳେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଅକ୍ଷୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମ୍‌ରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା।

Exit mobile version