Site icon ଆଜିକାଲି

ଆଜି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ

କଟକ : ହାଇକୋର୍ଟରୁ ଜାମିନ ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ । ଏବେ ସେ ରହିବେ କେଉଁଠି । ଭୁବନେଶ୍ବର ସତ୍ୟବିହାର ଘରେ ନା ଆଉ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ । ଇଡ଼ି ମାମଲାରେ ହାଇକୋର୍ଟରୁ ମିଳିଥିବା ସର୍ତ୍ତମୂଳକ ଜାମିନ ଅନୁଯାୟୀ, ଜେଲରୁ ବାହାରିବା ପରେ ନିଜର ଠିକଣା ଓ ଟେଲିଫୋନ ନମ୍ବର ତାଙ୍କୁ ତଦନ୍ତକାରୀ ସଂସ୍ଥାକୁ ଦେବାକୁ ପଡ଼ିବ । କୌଣସି ସାକ୍ଷୀଙ୍କୁ ସେ ପ୍ରଭାବିତ କରିବେ ନାହିଁ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଥିଲା ।

ବଦଳିବ ଅର୍ଚ୍ଚନା ନାଗଙ୍କ ଠିକଣା । ବର୍ଷେ ଦୁଇ ମାସ ଧରି ଜେଲରେ ରହିବା ପରେ ଆଜି ସେ ଜାମିନରେ ମୁକୁଳିବେ । ଭୁବନେଶ୍ବର ଝାରପଡ଼ା ଜେଲରୁ ବାହାରିବା ପରେ ଅର୍ଚ୍ଚନା ନାଗ ରହିବେ କେଉଁଠି? ଭୁବନେଶ୍ବର ସତ୍ୟବିହାର ଘରେ ନା ଆଉ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ । ଇଡ଼ି ମାମଲାରେ ହାଇକୋର୍ଟରୁ ମିଳିଥିବା ଜାମିନରେ ରହିଥିବା ସର୍ତ୍ତ ଅନୁଯାୟୀ, ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ଦେବେ ଅର୍ଚ୍ଚନା ।

Exit mobile version