Site icon ଆଜିକାଲି

ମାଟ୍ରିକ ପରୀକ୍ଷାରେ ଅର୍ପିତା ଜିଲ୍ଲା ପାଇଁ ଗୌରବ ଆଣିଲେ



ନବରଙ୍ଗପୁର, ନି ପ୍ର: ଚଳିତ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷାର ଫଳାଫଳ ଘୋଷଣା ହୋଇସାରିଛି। ନବରଙ୍ଗପୁର ଜିଲ୍ଲାରେ ୨୨୮ଟି ବିଦ୍ୟାଳୟରୁ ସର୍ବମୋଟ ୧୫୩୧୮ ଜଣ ଫର୍ମ ପୂରଣ କରିଥିଲେ। ମୋଟ ଫର୍ମ ପୂରଣ କରିବାର ୬୩୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରି ନାହାନ୍ତି। ଜିଲ୍ଲାରେ ଛାତ୍ର ସଂଖ୍ୟା ୭୦୬୭ ପରୀକ୍ଷା ଦେଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ରେକର୍ଡ ସୃଷ୍ଟି କରି ୭୩୨୯ ଜଣ ପରୀକ୍ଷାରେ କୃତକାର୍ଯ୍ ହୋଇଛନ୍ତି। ସେଥିମଧ୍ୟରୁ ୧୪୩୯୬ ଜଣ ମୋଟ ଉତ୍ତିର୍ଣ୍ଣ ହୋଇଛନ୍ତି । ଜିଲ୍ଲାର ଶତକଡା ୯୩.୯୮ ପାସ ହାର ରହିଛି । ଗ୍ରେଡ଼େସନ ଅନୁଯାଇ ଏ୧ରେ ମୋଟ ୧୬ ଜଣ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ ଏ୨ ଗ୍ରେଡରେ ୭୨୨ ଜଣ ବି୧ ଗ୍ରେଡରେ ୩୮୭୯ ରହିଛନ୍ତି ବି୨ ଗ୍ରେଡରେ ୫୪୭୨ ସି ଗ୍ରେଡରେ ୩୦୧୩ ଡି ଗ୍ରେଡ୍‌ରେ ୮୬୯ ଇ ଗ୍ରେଡ଼ରେ ୪୨୫ ଜଣ ଛାତ୍ରଛାତ୍ରୀ ରହି ପାସ କରିଛନ୍ତି ଏଫ୍ ଗ୍ରେଡ଼ରେ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ଯାହାକି ରାଜ୍ୟରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ୨୯ ନମ୍ବର ସ୍ଥାନ ରହିଛି । ରାଜ୍ଯ ସରକାରଙ୍କ ଶିକ୍ଷାନୀତି ଓ ଜିଲ୍ଲାରେ ଶିକ୍ଷକଙ୍କ ଭୂମିକା ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲାରେ ଅର୍ପିତା ବଳବନ୍ତ ୫୭୨ ନମ୍ବର ରଖି ପ୍ରଥମ ସ୍ଥାନ ରଖିଛନ୍ତି। ତାଙ୍କର ପାଠପଢାର ପ୍ରିୟ ବିଷୟ ଗଣିତ ଓ ବିଜ୍ଞାନ ରହିଥିବା ବେଳେ ଭବିଷ୍ୟତରେ ଜଣେ ସେବାରତ ଡାକ୍ତର ହେବାକୁ ଇଛା ପ୍ରକାଶ କରିଛନ୍ତି। ସେ ନବରଙ୍ଗପୁର ସହରର ଜମାଲ କୋଲନୀ ଠାରେ ନିଜ ଘରେ ରୁହନ୍ତି। ବାପା ମନୋଜ ବଳବନ୍ତ ଓ ମା’ ଗୀତା ବେହେରା ଉଭୟ ପେଶାରେ ଶିକ୍ଷକତା କରନ୍ତି। ସେହିଭଳି ଲିପସା ମହାନ୍ତି ୫୬୨ ନମ୍ବର ରଖି ଜିଲ୍ଲାରେ ଦ୍ୱିତୀୟ ଏବଂ ୫୬୧ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି ନବରଙ୍ଗପୁର ଛାତ୍ର ଅନିରୁଧ ପଣ୍ଡା । ଏହା ଗର୍ବର ବିଷୟ ଯେ, ତିନିଜଣ ଛାତ୍ରଛାତ୍ରୀ ନବରଙ୍ଗପୁରରେ ଅବସ୍ଥିତ ଥିବା ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଅଟନ୍ତି । ଶିକ୍ଷା କ୍ଷେତ୍ରରେ ଏକ ସମ୍ବେଦନଶୀଳ ଘଟଣା ନଜରକୁ ଆସିଛି। ଫର୍ମ ପୂରଣ ସତ୍ତ୍ବେ ପରୀକ୍ଷା ଦେବାକୁ ଆସି ନାହାନ୍ତି। ତେବେ କୌଣସି କାରଣରୁ ଅନୁପସ୍ଥିତ ରହିଥିବା ୬୩୫ ଛାତ୍ରଛାତ୍ରୀଙ୍କୁ ପୁନଶ୍ଚ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବାକୁ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି। ଏଥିସହ କାହିଁକି ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ଅନିଚ୍ଛା ପ୍ରକାଶ କରିଛନ୍ତି ବିଦ୍ୟାଳୟ ସ୍ତରୀୟ ତଦନ୍ତ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Exit mobile version