Site icon ଆଜିକାଲି

‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ୫୦ ଟଙ୍କା ନେଇ ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ

ଭୁବନେଶ୍ୱର : ‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ମହିଳାଙ୍କ ଠାରୁ ୫୦ ଟଙ୍କା ନେବା ମହଙ୍ଗା ପଡ଼ିଲା। ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ। ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନା ପୁଲିସ୍‌ ଜନସେବା କେନ୍ଦ୍ର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାଉରକେଲା ମଧୂସୁଦନ ଛକରେ ରହିଛି ଗ୍ଲୋବାଲ୍‌ ଇଣ୍ଟରନେଟ୍‌ ସେଣ୍ଟର ନାମକ ଏକ ଜନସେବା କେନ୍ଦ୍ର। ସେହି ଜନସେବା କେନ୍ଦ୍ରର ମାଲିକ ହେଉଛନ୍ତି ବିଜୟ ସାହୁ। ଅଭିଯୋଗ ଅନୁସାରେ ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ସେ ମହିଳାଙ୍କଠାରୁ ୫୦ ଟଙ୍କା ଲେଖାଏଁ ନେଉଥିଲେ। ଏନେଇ ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଜନସେବା କେନ୍ଦ୍ର ମାଲିକ ବିଜୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ର।

Exit mobile version