Site icon ଆଜିକାଲି

ମୁନିଗୁଡ଼ାରେ ମାଓବାଦୀଙ୍କ ପୋଡ଼ାଜଳା

ରାୟଗଡ଼ା : ମାଓବାଦୀମାନେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟ ଏକ କ୍ରସରରେ ପୋଡ଼ାଜଳା କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି। ମାଓବାଦୀମାନେ କ୍ରସରରେ ଥିବା ୨ ଗୋଟି ପ୍ରୋକଲିନ ମେସିନ, ୫ ଗୋଟି ହାଇଓ୍ବା ଏବଂ ୨ଟି ଲୋଡର ମେସିନ ଆଦି ପୋଡ଼ି ଦେଇଛନ୍ତି। ଗତକାଲି ମଧ୍ୟରାତ୍ରରେ ପ୍ରାୟ ଶହେ ପୁରୁଷ ଓ ମହିଳା ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଦେଓକୁପୁଲି ଛକ ନିକଟ କ୍ରମରେ ପହଞ୍ଚିଥିଲେ। ପ୍ରଥମେ ସେଠାରେ ମୁତୟନ ଘରୋଇ ସୁରକ୍ଷା କର୍ମୀ ଓ ଅନ୍ଯ କର୍ମଚାରୀଙ୍କୁ ଗେଟ୍ ପାଖରେ ଅଟକ ରଖିଥିଲେ। ସେମାନଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏହା ପରେ ସେଠାରେ ଥିବା ମେସିନ ଗୁଡିକରେ ନିଆଁ ଲଗାଇ ଦେଇଥିଲେ।ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Exit mobile version