Site icon ଆଜିକାଲି

ସାହସୀ ଆଶା ଦିଦିଙ୍କୁ ମିଳିଲା ପିଏମ୍ ଆବାସ ଘର

କେନ୍ଦ୍ରପଡା : ବାତ୍ୟା ସମୟରେ ସାହାସିକତା ଓ ମାନବିକତା ଦେଖାଇଥିବା ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ପିଏମ୍ ଆବାସ ଘର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିବାନୀଙ୍କୁ ପିଏମ୍ ଆବାସ ଘର କାର୍ଯ୍ୟାଦେଶ ଦେଇଛି ଜିଲ୍ଲା ପ୍ରଶାସନ  ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ସମୟରେ ମାନବିକତା ଓ ନିସ୍ବାର୍ଥପରତାର ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ । ବାତ୍ୟା ଦାନା ସମୟରେ ପ୍ରଂଶସନୀୟ କାର୍ଯ୍ୟ କରିଥିଲେ । ଏ ନେଇ  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ମଞ୍ଜୁର କରାଯାଇଛି । ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲିଫୋନ୍ ଯୋଗେ କଥା ହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। 

Exit mobile version