ଭୁବନେଶ୍ବର : ଫେବୃଆରୀ ୧୫ରେ ରାଜ୍ୟସଭା ସଦସ୍ୟ ପଦବୀ ଲାଗି ଅଶ୍ବିନୀ ବୈଷ୍ଣବ ନାମାଙ୍କନ ଭରିବେ । ପୂର୍ବାହ୍ନ ୧୦ଟା ସମୟରେ ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ମନମୋହନ ସାମଲ ଓ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ । ଏ ନେଇ ବିଜେପି ବିଧାୟକ ନାଉରୀ ନାଏକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ତୃତୀୟ ପ୍ରାର୍ଥୀ ନେଇ ଯେଉଁ ସସ୍ପେନ୍ସ ରହିଥିଲା ତାହା ଆଜି ସ୍ପଷ୍ଟ ହୋଇଛି । ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ପୁଣି ଥରେ ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ଅଶ୍ବିନୀଙ୍କ ପ୍ରାର୍ଥୀ ନେଇ ନାମ ଘୋଷଣା କରିଛି ବିଜେପି ।
ସେହିପରି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରିଛି ବିଜେଡି । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅଶ୍ବିନୀ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ଅଛି । ଗତଥର ମଧ୍ୟ ବିଜେଡି ସମର୍ଥନରେ ଅଶ୍ବିନୀ ବୈଷ୍ଣବ ଜିତିଥିଲେ ।