Site icon ଆଜିକାଲି

କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଏଡିଜି

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପ୍ରକ୍ରିୟା ବିଳମ୍ବିତ ହେଉଛି । ବୁଧବାର ଏଏସଆଇ ଅତିରିକ୍ତ ମହାନିର୍ଦେଶକ ଜାନଭିଜି ଶର୍ମାଙ୍କ ଅଧକ୍ଷତାରେ ଏକ ବୈଷୟିକ ଟିମ ସୂର୍ଯ୍ୟମନ୍ଦିର ସଂରକ୍ଷଣ ଓ ବାଲିକଢ଼ା ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ାଯିବା ନେଇ ଗତ୨୦୨୨ ମସିହା ସେପ୍ଟେମ୍ବର୯ ତାରିଖରେ ଭୂମିପୂଜା ହୋଇଥିଲା। ସୂର୍ଯ୍ୟମନ୍ଦିରର ଉତ୍ତର ପଶ୍ଚିମ କୋଣର ଓ ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ପ୍ଲାଟଫର୍ମ , ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ଆଇରନ ସିଡ଼ି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ବାଲିକାଢ଼ିବା ପାଇଁ ଚାଲିଥିବା କାର୍ଯ୍ୟ ଏବେ ବନ୍ଦ ରହିଛି । ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ଫୁଟରେ ୫ଫୁଟ ଏକ ଗର୍ତ୍ତ ଖୋଳା ଯିବ। ସେହି ବାଟରେ ଗର୍ଭଗୃହରୁ ବାଲି କଢ଼ାଯିବ । ଏଥି ପାଇଁ ତିନିବର୍ଷ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ଏହା ମଧ୍ୟରେ ଦୁଇ ବର୍ଷ ବିତିଯାଇଛି। ବାଲିକଢା ପ୍ରକ୍ରିୟା ବିଳମ୍ବିତ ହେଉଛି।

ଏଏସ ଆଇ ଅତିରିକ୍ତ ମହା ନିର୍ଦେଶକ ଜାନଭିଜି ଶର୍ମା, ଏଏସ ଆଇ କଞ୍ଜର୍ଭେସନ ଡ଼ାଇରେକ୍ଟର ଭିମା ଆଜମୀରା, ଏଏସଆଇ ରିଜୋନାଲ ଡ଼ାଇରେକ୍ଟର ଡଃ ଦିଲୀପ ଖମାରି, ଏଏସଆଇ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଡି ବି ଗଡ଼ନାୟକଙ୍କ ସମେତ ଛଅ ଜଣିଆ ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ବାଲି କଢ଼ା କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

Exit mobile version