Site icon ଆଜିକାଲି

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିବେ ଏଏସଆଇ ଓ ବୈଷୟିକ ଟିମ୍

ପୁରୀ : ଆଜି ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ କରିବ ଏଏସଆଇ ଓ ବୈଷୟିକ ଟିମ୍। ଶ୍ରୀଅଙ୍ଗକୁ ମୂଷା ବିପଦ ନେଇ ତଦାରଖ କରିବ ମିଳିତ ଟିମ୍ । ଏହି ଟିମ୍ ସିଂହଦ୍ଵାରର ରୂପା ଛାଉଣୀ କାମର ମଧ୍ୟ ଅନୁଧ୍ୟାନ କରିବ ।

ଶ୍ରୀମନ୍ଦିର ସିଂହଦ୍ୱାରରେ ରୂପା କବାଟ ଲାଗିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସିଂହଦ୍ୱାରରେ ଲାଗିଥିବା ପିତ୍ତଳ କବାଟକୁ ଖୋଲାଯାଇ ତା’ ସ୍ଥାନରେ ରୂପା କବାଟ ଲଗାଯିବ। ଏଥିପାଇଁ ସିଂହଦ୍ୱାରରେ ଅସ୍ଥାୟୀ ଫ୍ରେମ୍ ଲଗାଯାଇଛି। ସିଂହଦ୍ୱାରରେ ରୂପା କବାଟ ଲାଗି ମୁମ୍ବାଇର ଜଣେ ଭକ୍ତ ରୂପା ଦାନ କରିଥିଲେ। ପୂର୍ବରୁ ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର, ଭୋଗମଣ୍ଡପ ଆଦିକୁ ଉତ୍କଳୀୟ ଢାଞ୍ଚାରେ ରୂପା ଦ୍ୱାରା ନିର୍ମାଣ କରାଯାଇ ସାରିଛି।

FacebookTwitterLinkedinWhatsapp
Exit mobile version