Site icon ଆଜିକାଲି

ଏସିଆ କପ୍ : ଶେଷ ସୁପର ୪ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଲା ଶ୍ରୀଲଙ୍କା

ଦୁବାଇ: ଦୁଇ ଦେଶ ମଧ୍ୟରେ ଫାଇନାଲ ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ଏସିଆ କପର ଶେଷ ସୁପର ୪ ମ୍ୟାଚ୍‌ରେ ଶ୍ରୀଲଙ୍କା ୫ ଓ୍ବିକେଟରେ ପାକିସ୍ତାନକୁ ହରାଇ ଦେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ବିପକ୍ଷ ଦଳର ସ୍ପିନରଙ୍କ ଜାଲରେ ଫସି ଯାଇଥିଲା।

ପାକିସ୍ତାନ ୧୯.୧ ଓଭରରେ କେବଳ ୧୨୧ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଓ୍ବାନିନ୍ଦୁ ହସରଙ୍ଗା ୩ଟି ଓ୍ବିକେଟ୍ ନେଇଥିଲେ । ୧୨୨ ରନର ଟାର୍ଗେଟ ଜବାବରେ ଶ୍ରୀଲଙ୍କା ମଧ୍ୟ ଶୀଘ୍ର ଦୁଇଟି ଓ୍ବିକେଟ୍ ହରାଇଥିଲେ ମଧ୍ୟ ଓପନର୍ ପାଥୁମ ନିଶଙ୍କାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ୧୮ଟି ବଲ୍ ପୂର୍ବରୁ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ନିଶଙ୍କା ୪୮ଟି ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୫୫ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାନୁକା ରାଜପକ୍ଷେ ୨୪ ଓ କ୍ୟାପଟେନ ଦାସୁନ ଶନକା ୨୧ ରନ୍ କରିଥିଲେ । ଫାଇନାଲ ପୂର୍ବରୁ ଶ୍ରୀଲଙ୍କା ସୁପର-୪ ପର୍ଯ୍ୟାୟରେ ତିନୋଟି ଯାକ ମ୍ୟାଚ୍ ଜିତିଛି। ଏସିଆ କପ ଫାଇନାଲ ରବିବାର ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।

Exit mobile version