Site icon ଆଜିକାଲି

ଏଏସଓ ପରୀକ୍ଷା ଅନିୟମିତତା ଅଭିଯୋଗ ମାମଲା, ଆଜି ରାୟ ପ୍ରକାଶ କରିବେ ହାଇକୋର୍ଟ

କଟକ : ଏଏସଓ ପରୀକ୍ଷା ଅନିୟମିତତା ଅଭିଯୋଗ ମାମଲା ଉପରେ ଆଜି ରାୟ ପ୍ରକାଶ କରିବେ ହାଇକୋର୍ଟ । ସକାଳ ସାଢେ ୧୦ଟାରେ ଏହି ପ୍ରତିକ୍ଷୀତ ମାମଲାର ରାୟ ପ୍ରକାଶ ପାଇପାରେ । ହାଇକୋର୍ଟଙ୍କର ପୂର୍ବ ରାୟକୁ ଚ୍ୟାଲେଞ୍ଜ କରି ଡିଭିଜନ ବେଞ୍ଚରେ ଦାୟର ହୋଇଥିଲା ରିଟ ଅପିଲ । ଯାହା ଉପରେ ଗତ ୮ ତାରିଖ ଏବଂ ୯ ତାରିଖରେ ଦୁଇ ଦିନ ଧରି ହାଇକୋର୍ଟରେ ଶୁଣାଣି ଚାଲିଥିଲା । ୯ ତାରିଖରେ ରାୟ ସଂରକ୍ଷିତ ରହିଥିଲା ।

ପୂର୍ବ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ । ୨ ମାସ ଭିତରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଗତ ମେ ମାସରେ ନିର୍ଦେଶ ଦେଇଥିଲେ ହାଇକୋର୍ଟ. ତେବେ ମେଧା ତାଲିକାରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଉକ୍ତ ରାୟର ପୁନର୍ବିଚାର କରିବାକୁ ଏକ ରିଟ୍ ପିଟିସନ ସହିତ ରିଭ୍ୟୁ ପିଟିସନ ଦାୟର କରିଥିଲେ.ଉଭୟ ପିଟିସନର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ ।

ନିକଟରେ ଦୁଇଟି ଯାକ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ପରେ ଆବେଦନକାରୀ ମାନେ ଡିଭିଜନ ବେଞ୍ଚରେ ରିଟ ଆବେଦନ କରିଥିଲେ. ୭୯୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସଓ ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା । କିନ୍ତୁ ଓପିଏସସି ପ୍ରକାଶ କରିଥିବା ମେଧା ତାଲିକାକୁ ଗତ ମେ ମାସରେ ହାଇକୋର୍ଟ ରଦ୍ଦ କରିଥିଲେ ।

Exit mobile version