Site icon ଆଜିକାଲି

ଏଏସଓ ମେରିଟ୍‌ ଲିଷ୍ଟ ରଦ୍ଦ ପ୍ରସଙ୍ଗ: ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶାୟୀ ପ୍ରାର୍ଥୀ

ଭୁବନେଶ୍ବର : ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଏଏସଓ ଆଶାୟୀ ପ୍ରାର୍ଥୀ। ମେ ୧୯ରେ ହାଇକୋର୍ଟ ଏଏସଓ ମେରିଟ୍‌ ଲିଷ୍ଟକୁ ନେଇ ଦେଇଥିବା ରାୟର ପୁର୍ନବିଚାର ପାଇଁ ଆବେଦନ କରିଛନ୍ତି ଆଶାୟୀ ପ୍ରାର୍ଥୀ। ଏହି ପ୍ରାର୍ଥୀମାନେ ପୂର୍ବରୁ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିଲେ। ସୂଚନାଥାଉକି, ହାଇକୋର୍ଟ ଏଏସଓ ମେରିଟ୍‌ ଲିଷ୍ଟକୁ ଆଇନସଙ୍ଗତ ନଥିବା ଦର୍ଶାଇ ରଦ୍ଦ କରିଛନ୍ତି।

ସୂଚନା ଯେ, ଗତ ମେ ୧୯ ତାରିଖରେ ଏଏସ୍‌ଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ଓପିଏସ୍‌ସିର ମେରିଟ୍ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହା ସହ ମୋଟ୍ ମାର୍କ ଆଧାରରେ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶିତ ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ଏବଂ ୨୦୧୬ରେ ବିଜ୍ଞପ୍ତି ଅନୁଯାୟୀ, ଦୁଇ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ତେବେ ଏଏସ୍‌ଓ ମେରିଟ୍ ଲିଷ୍ଟକୁ ହାଇକୋର୍ଟ ରଦ୍ଦ କରିବା ନେଇ ନିର୍ଦ୍ଦେଶ ଦେବା ପରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ମେ ୨୦ ତାରିଖରେ ଓପିଏସସି ଆଗରେ ଏଏସ୍‌ଓ ମେରିଟ୍ ଲିଷ୍ଟରେ ନାଁ ଥିବା ପ୍ରାର୍ଥୀ ଏକାଠି ହୋଇଥିଲେ ଏବଂ ଏହାକୁ ବିରୋଧ କରିବା ସହ ସେମାନଙ୍କ ପ୍ରତି ଅବିଚାର ହୋଇଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ଆଉ ଆଜି ଏହି ଆଶାୟୀ ପ୍ରାର୍ଥୀ ହାଇକୋର୍ଟରେ ରିଭ୍ୟୁ ପିଟିିସନ ଦାଖଲ କରିଛନ୍ତି।

Exit mobile version