Site icon ଆଜିକାଲି

ଏଏସଓ ମେରିଟ ଲିଷ୍ଟ ହାଇକୋର୍ଟରେ ଖାରଜ

କଟକ : ହାଇକୋର୍ଟରେ ଖାରଜ ହୋଇଯାଇଛି ଏଏସଓ ମେରିଷ୍ଟ ଲିଷ୍ଟ । ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ହାଇକୋର୍ଟ ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଷ୍ଟ ଲିଷ୍ଟକୁ ଖାରଜ କରିଦେଇଛନ୍ତି । ଏଥି ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଲିଖିତ ପରୀକ୍ଷାର ମୋଟ ମାର୍କ ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୭୦୬ଟି ଏଏସଓ ପଦବୀ ପାଇଁ ଗତବର୍ଷ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା ।

Exit mobile version