Site icon ଆଜିକାଲି

ବିଧାନସଭା ବଜେଟ ଅଧିବେଶନ: ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଦର୍ଶକ ଗ୍ୟାଲେରୀ, ପ୍ରେସ ଗ୍ୟାଲେରୀକୁ ଯିବେ ସାମ୍ବାଦିକ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଏଥର ଅଧିବେଶନରେ ବିଧାନସଭାର ସାଧାରଣ ଲୋକଙ୍କ ପାଇଁ ଦର୍ଶକ ଗ୍ୟାଲେରୀ ଖୋଲା ରହିବ । ସାମ୍ବାଦିକମାନେ ପ୍ରେସ ଗ୍ୟାଲେରୀକୁ ଯିବେ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ବାଚସ୍ପତି।

ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଏହି ଅଧିବେଶନରେ ୨୭ଟି କାର୍ଯ୍ୟଦିବସ ରହିଛି। ରାଜ୍ୟପାଳଙ୍କ ଅଭିଭାଷଣ ସହ ବଜେଟ ଅଧିବେଶନ ଆରମ୍ଭ ହେବ । ଆସନ୍ତା ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲ ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।

Exit mobile version