Site icon ଆଜିକାଲି

ବିଧାନସଭା ପ୍ରଶ୍ନ କାଳ: ଡ୍ରାଇଭରଙ୍କ ଆନ୍ଦୋଳନ ନେଇ ଆଜି ବିବୃତି ରଖିବେ ମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରେ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ଗତ ଗୁରୁବାର ଶୂନ୍ୟକାଳରେ ବିରୋଧୀ ଗୃହକୁ ଅଚଳ କରିଥିଲେ। ବାରମ୍ବାର ମୁଲତବୀ ହେବା ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ଆଜି ପରିବହନ ମନ୍ତ୍ରୀ ଗୃହରେ ଡ୍ରାଇଭରଙ୍କ ଆନ୍ଦୋଳନ ନେଇ ବିବୃତି ରଖିବେ । ସର୍ବଦଳୀୟ ବୈଠକ ପରେ ବାଚସ୍ପତି କହିଥିଲେ ଯେ, ଗୃହର ସଭ୍ୟମାନେ ଚାଳକ ସଂଘ ଆନ୍ଦୋଳନ ନେଇ ଯେଉଁ ଉଦବେଗ ପ୍ରକାଶ କରୁଛନ୍ତି, ତାହା ଦୃଷ୍ଟିକୁ ଆସିଛି। ଚାଳକ ମହାସଂଘ ସହିତ ଆଲୋଚନା କରି ଏ ସଂକ୍ରାନ୍ତରେ ଶୁକ୍ରବାର ପରିବହନ ମନ୍ତ୍ରୀ ଗୃହରେ ବିବୃତି ରଖିବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ସେହିପରି ବିଧାନସଭା ପ୍ରଶ୍ନ କାଳରେ ଆଜି ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କାରଣ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଜ୍ଞାନ ଓ କାରିଗରୀ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଆଲୋଚନା ରହିଛି । ଅପରାହ୍ନରେ ଜଳ ସଂପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି।

Exit mobile version