Site icon ଆଜିକାଲି

ଆଜି ସରଗରମ ହେବ ବିଧାନସଭା, ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ଵର : ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ସବୁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲ୍‌ କୁ ଗୃହରେ ପାରିତ କରାଯିବ।

ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ ଓ ଶ୍ରମ ,  କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଶୂନ୍ୟକାଳରେ ଚିକିଟି ମଦ ମୃତ୍ୟୁ , ଢେଙ୍ଗାନାଳ ଗଣ ଦୁଷ୍କର୍ମ , ସୁଭଦ୍ରା ଆଇନ୍ ଶୃଙ୍ଖଳା, ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବ, ଖଣିଜ ସମ୍ପଦର କୁବିନିଯୋଗ ଆଦି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ ।

ସେହିପରି ବ୍ୟୟ ମଞ୍ଜୁରୀ ଆଲୋଚନା ସମୟରେ ୩ ମାସର ମୋହନ ସରକାର ପ୍ରତିଶ୍ରୁତି ଦେଇ କିପରି ରାଜ୍ୟବାସୀଙ୍କୁ କିପରି ପ୍ରତାରିତ କରିଛନ୍ତି, ସେ ପ୍ରସଙ୍ଗ ଉଠାଇବେ ବିରୋଧୀ ବିଜେଡି ଓ କଂଗ୍ରେସ । ଶାସକ ଦଳ ମଧ୍ୟ ୩ ମାସର ସରକାରଙ୍କ ସଫଳତାର କଥାକୁ ଗୃହରେ ଉଠାଇବ।

Exit mobile version