Site icon ଆଜିକାଲି

ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର : ଅତନୁ ସବ୍ୟସାଚୀଙ୍କୁ ଦିଆଗଲା ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ । ରୋହିତ ପୂଜାରୀଙ୍କୁ ବାଦ୍ ପରେ ଅତନୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯଇଛି। ସମବାୟ ବିଭାଗ ସହ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ ଅତନୁ ।

ସୂଚନା ଯେ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାର୍ଷିକ ବିଭାଗୀୟ ସମୀକ୍ଷା କରିଥିଲେ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ପାଇଁ ବାଦ ପଡିଥିବା ଜଣାପଡ଼ିଛି ।

Exit mobile version