Site icon ଆଜିକାଲି

ପୋଲିସ ଏନକାଉଣ୍ଟରରେ ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ନିହତ

ଲକ୍ଷ୍ନୌ : ଉମେଶ ପାଲ ହତ୍ୟା ମାମଲାର ଅଭିଯୁକ୍ତ ତଥା ଗ୍ୟାଙ୍ଗଷ୍ଟରରୁ ନେତା ପାଲଟିଥିବା ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ଅହମ୍ମଦ ପୋଲିସ ଏନକାଉଣ୍ଟରରେ ନିହତ । ଅସଦ ସହ ତାର ସହଯୋଗୀ ଗୁଲାମ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛି । ଉଭୟଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଝାନସୀରେ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଥିଲା ପୋଲିସ । ଉଭୟଙ୍କ ଠାରୁ ବିଦେଶୀ ହତିଆର ଉଦ୍ଧାର କରାଯାଇଛି ବୋଲି ଏସଟିଏଫ ଦାବି କରିଛି।

ଏହି ଏନକାଉଣ୍ଟର ସମ୍ପର୍କରେ ୟୁପି ପୋଲିସ ସୂଚନା ଦେଇ କହିଛି ଯେ, ପ୍ରୟାଗରାଜ ଉମେଶ ପାଲ ହତ୍ୟା ମାମଲାରେ ଉଭୟ ଅସଦ ଓ ଗୁଲାମ ଓ୍ବାଣ୍ଟେଡ୍ ଅଭିଯୁକ୍ତ ଥିଲେ। ଉଭୟଙ୍କୁ ଅଭିଯୁକ୍ତଙ୍କ ଉପରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଝାନସୀରେ ଡିଏସପି ନବେନ୍ଦୁ ଏବଂ ଡିଏସପି ବିମଲଙ୍କ ନେତୃତ୍ୱରେ ୟୁପି ଏସଟିଏଫ ଟିମ୍ ସହିତ ଏନକାଉଣ୍ଟରରେ ଉଭୟଙ୍କ ମୃତ୍ୟୁ ହୋଇଛି । ଉଭୟଙ୍କ ନିକଟରୁ ଅନେକ ବିଦେଶୀ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଅସଦ ଓ ଗୁଲାମର ଏନକାଉଣ୍ଟର ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ଏସଟିଏଫକୁ ପ୍ରଶଂସା କରିଛନ୍ତି।
ଅନ୍ୟପକ୍ଷରେ ପୋଲିସ ଏନକାଉଣ୍ଟରରେ ନିଜ ପୁଅର ମୃତ୍ୟୁ ଖବର ଶୁଣି ଜେଲରେ ଥିବା ଅତିକ୍ ଅହମ୍ମଦ କାନ୍ଦି ପକାଇଥିଲେ ।

ସୂଚନା ଯେ, ଚଳିତ ବର୍ଷ ଫେବୃଆରୀ ୨୪ରେ ଉମେଶ ପାଲଙ୍କୁ ଦିନ ଦ୍ବିପହରରେ ତାଙ୍କ ଘର ଆଗରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରଠୁ ଅସଦ ଫେରାର୍ ହୋଇଯାଇଥିଲା। ବିଏସପି ବିଧାୟକ ରାଜୁ ପାଲ୍ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍ ।

Exit mobile version