Site icon ଆଜିକାଲି

ଆଜିଠୁ ରାଜ୍ୟରେ ଅସ୍ତ୍ରୋପଚାର ଜନିତ ପ୍ରସବର ଅଡିଟ

ଭୁବନେଶ୍ୱର : ରାଜ୍ୟରେ ଅସ୍ତ୍ରୋପଚାର ଜନିତ ପ୍ରସବ ନେଇ ଆଜିଠୁ ଅଡିଟ୍ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସରକାରୀ ନିୟମ ଉଲ୍ଲଙ୍ଘନ କରୁଥିବା ଘରୋଇ ହସ୍ପିଟାଲଗୁଡିକ ଉପରେ ଚଢାଉ କରାଯିବ। ଏଥିପାଇଁ ସବୁ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ନିୟମ ମାନି ହସ୍ପିଟାଲ ଗୁଡିକ ନର୍ମାଲ ଡେଲିଭରି କରୁଛନ୍ତି ନା ନିୟମ ଉଲ୍ଲଙ୍ଘନ କରି ସିଜରିଆନ ଡେଲିଭରି କରୁଛନ୍ତି, ତାହାର ଅଡିଟ କରାଯିବ । ନୋଡାଲ ଅଫିସର ଏହାର ଯାଞ୍ଚ କରିବେ । ଯେଉଁ ହସ୍ପିଟାଲଗୁଡିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଅସ୍ତ୍ରୋପଚାର ଜନିତ ପ୍ରସବ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ ଅନୁଯାୟୀ ( ଏନ୍‌ଏଫ୍‌ଏମ୍‌ଏସ୍‌ -୪) ୨୦୧୫- ୧୬ ଓ (ଏନ୍‌ଏଫ୍‌ଏମ୍‌ଏସ୍‌ -୫) ୨୦୧୯-୨୧ ମଧ୍ଯରେ ଏହି ପ୍ରସବ ଜନିତ ଅସ୍ତ୍ରୋପଚାର ହାର ୫୩.୭%ରୁ ବୃଦ୍ଧି ପାଇ ୭୦.୭%ରେ ପହଞ୍ଚିଛି, ଯାହାକି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ -‘ହୁ’ ଦ୍ଵାରା ଗଠିତ ପ୍ରଜନନ ଶିଶୁ ସ୍ଵାସ୍ଥ୍ୟ ପ୍ୟାନେଲ ଦ୍ଵାରା ସୁପାରିଶ ସ୍ତରଠାରୁ ଅଧିକ । ଏହା ସୂଚାଉଛି ଯେ ,ରାଜ୍ୟରେ ଏବେ ପ୍ରସବ ଜନିତ ଅସ୍ତ୍ରୋପଚାର ସଂପର୍କରେ ଅଡିଟ କରିବା ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ସମସ୍ତ ଘରୋଇ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଅସ୍ତ୍ରୋପଚାରର ଜନିତ ଅଡିଟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Exit mobile version