Site icon ଆଜିକାଲି

୩୦ ଅଗଷ୍ଟ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ କୌଣସି ବିଶେଷ ପଦ କିମ୍ବା ଦାୟିତ୍ୱ ମିଳିପାରେ। ଯଦି ଆପଣ ନିଜ କାର୍ଯ୍ୟରେ ପୂର୍ଣ୍ଣ ପ୍ରୟାସ କରିବେ, ତେବେ ଆପଣ ସଫଳ ହେବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ।

ବୃଷ: କାର୍ଯ୍ୟସ୍ଥଳରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସହଭାଗୀମାନଙ୍କଠାରୁ ସତର୍କ ରୁହନ୍ତୁ। ପରିବାର ସହିତ ଭଲ ସମ୍ପର୍କ ରଖନ୍ତୁ। ସାଙ୍ଗମାନଙ୍କଠାରୁ ଖୁସି ଖବର ଶୁଣିବାକୁ ମିଳିବ।

ମିଥୁନ: ନୂଆ କାମ ଆରମ୍ଭ କରୁଥିଲେ, ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନଟି ବହୁତ ଭଲ। ଜୀବନରେ ଆସୁଥିବା ବାଧା ଦୂର ହେବ।

କର୍କଟ: ଆଜିର ଦିନ ଭଲ ରହିବ। ବିଦେଶ ଯାତ୍ରାରେ ଯାଇପାରନ୍ତି। କୋର୍ଟ ମାମଲାରେ ସଫଳତା ମିଳିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପରିବାରରେ ମାନ ସମ୍ମାନ ବଢ଼ିବ। ସାଥୀଙ୍କ ସହଯୋଗ ମିଳିବ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ ଭରି ରହିବ। ଠିକ୍‌ ଢଙ୍ଗରେ କାମ କଲେ, ସଫଳତା ନିଶ୍ଚୟ ହାସଲ କରିବେ। ଆଜି ଆପଣଙ୍କ ରାଶିରେ ଧନଲାଭର ଯୋଗ ରହିଛି।

କନ୍ୟା: ଚାକିରି ପାଇବାରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ପୁରୁଣା ବିବାଦ ଶେଷ ହେବ। ସଙ୍ଗୀତ ପ୍ରତି ରୁଚି ବଢ଼ିବ।

ତୁଳା: ଆର୍ଥିକ ସ୍ଥିତିରେ ସୁଧାର ହେବ। ଆଜି ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ନିଜ କଥାରେ ଆପଣ ଲୋକଙ୍କ ହୃଦୟ ଜିତିବେ। ବିକାଶର ନୂଆ ରାସ୍ତା ଖୋଲିପାରେ।

ବିଛା: ଆର୍ଥିକ ଲାଭ ହୋଇପାରେ। ଆଜି ବ୍ୟବସାୟରେ ଅଧିକ ନିବେଶ କରନ୍ତୁ ନାହିଁ। ବ୍ୟବସାୟ କ୍ଷେତ୍ରରେ ଆପଣ ନିଜର ଏକ ପରିଚୟ ସୃଷ୍ଟି କରିବେ। ପତିପତ୍ନୀଙ୍କ ପାଇଁ ଆଜିର ଦିନଟି ଭଲ।

ଧନୁ: ଆଜିର ଦିନ ଆପଣଙ୍କ ବ୍ୟକ୍ତିତ୍ୱ ଫୁଟି ଉଠିବ। ଭଲ ବ୍ୟକ୍ତିତ୍ୱ ଆପଣଙ୍କୁ ସମାଜରେ ଏକ ଭିନ୍ନ ପରିଚୟ ଦେବାରେ ସାହାଯ୍ୟ କରିବ। ଏହି ରାଶିର ଲୋକଙ୍କ ପାଇଁ ଦିନଟି ଲାଭଦାୟକ ରହିବ।

ମକର: ଆଜି ଆପଣ କୌଣସି ବଡ଼ ଖର୍ଚ୍ଚ କରିବା ଉଚିତ୍ ନୁହେଁ। ଆଜିର ଦିନ ଏକ ଆନନ୍ଦଦାୟକ ଦିନ ହେବ। ନିଜ ଲୋକଙ୍କ ସହିତ କିଛି ସମୟ ବିତାଇ ଆପଣ ଭଲ ଅନୁଭବ କରିବେ।

କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଆଜି ଅଫିସରେ ବସ୍ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇପାରନ୍ତି ଏବଂ ପୁରସ୍କାର ସ୍ୱରୂପ ପଦୋନ୍ନତି ଦେଇପାରନ୍ତି।

ମୀନ: ଆପଣ ଆଜି ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କଠାରୁ ସାହାଯ୍ୟ ପାଇବେ। ନିଜ କାମକୁ ଅଣଦେଖା କରିବା ଠିକ୍ ନୁହେଁ। ଏଥିପାଇଁ କାମ ଉପରେ ପୂରା ଧ୍ୟାନ ଦିଅନ୍ତୁ।

Exit mobile version