Site icon ଆଜିକାଲି

ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କଲା ଟାଟା ଷ୍ଟିଲ୍ ଯୋଡ଼ା

କେନ୍ଦୁଝର, ସେପ୍ଟେମ୍ବର ୨୨,୨୦୨୩ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁ ଥିବାରୁ ଡେଙ୍ଗୁ ରୋଗ ର ଦମନ ଓ ଏହାର ନିରାକରଣ ବିଷୟରେ ଗୋଷ୍ଟୀ ସମୁଦାୟରେ ସଚେତନତା ସୃଷ୍ଟି କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଯୋଡ଼ା ମୁନିସିପାଲିଟି ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଜଳହରୀ, ଜୁରୁଡ଼ି ଓ ଜଜIଙ୍ଗ ଗ୍ରାମ ପଂଚାୟତ ଅଧୀନରେ ଥିବା ଗ୍ରାମଗୁଡ଼ିକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଧୂଆଁ ଦେବା, ଆଂଟି-ଲାର୍ଭା ସ୍ପ୍ରେ କରିବା, ସାର୍ବଜନୀନ ଘୋଷଣା ଏବଂ ଡେଙ୍ଗୁକୁ ନେଇ କ’ଣ କରିବେ ଓ କ’ଣ କରିବେ ନାହିଁ- ସେ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଥିବା ଲିଫ୍‌ଲେଟ୍ ବଂଟନ କରିବା ଆଦି ଜରିଆରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଲାର୍ଭା ପ୍ରଜନନର ଉତ୍ସକୁ କମ୍ କରିବା ଲାଗି ଘର ପାଖରେ ଥିବା ଉତ୍ସ କମ୍ କରିବା ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଲୋକମାନଙ୍କୁ ସଚେତନ କରାଯାଉଛି। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇ ଏହି ସମସ୍ତ ଅଂଳଚ ସମୁଦାୟରେ ସମ୍ବେଦନଶୀଳ ସ୍ଥାନ ଓ ମଶା ବଂଶ ବୃଦ୍ଧି ସ୍ଥଳଗୁଡ଼ିକୁ ଚିହ୍ନଟ କରାଯାଉଛି ଏବଂ ମଶା ଲାର୍ଭା ସଂଖ୍ୟା କମ୍ କରିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଯୋଡ଼ା ଓ ଏହାର ଆଖପାଖର ଦୁର୍ଗମ ଅଂଚଳଗୁଡ଼ିକରେ ପରିଚାଳିତ ହେଉଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ୍‌ଗୁଡ଼ିକ ଜ୍ୱର ଓ ପ୍ରାଥମିକ ଚିକିତ୍ସା ପାଇଁ ଗୋଷ୍ଠୀ ସମୁଦାୟର ସ୍କ୍ରିନିଂ କରଯାଉଛି । ରୋଗ ବ୍ୟାପିବାକୁ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବାସିନ୍ଦା ଓ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଉଛି । ଭେକ୍ଟର ବାହିତ ରୋଗର କୌଣସିି ଲକ୍ଷଣ ଥିଲେ କିମ୍ବା ଜ୍ୱର ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସେମାନଙ୍କୁ କୁହାଯାଉଛି। ସାମାଜିକ ଦାୟିତ୍ୱବୋଧର ଅଂଶ ଭାବେ ଟିଏସ୍‌ଏଫ୍ ପକ୍ଷରୁ ନିକଟରେ ୧୨,୦୦୦ ମଶାରୀ ଆଖପାଖ ଗ୍ରାମ ଯଥା ସରଗିତଳିଆ, ଗୁୁରୁଡ଼ା, ବେଣୁଆପାଣି, କୁଣ୍ଡାପଶି, ବାମେବାରୀ, ପଳସା କ ଓ ଖ, ନମ୍ବିରା, ଖଣ୍ଡବନ୍ଧ, ଜୁରୁଡ଼ି ଓ ଜଜାଙ୍ଗରେ ବଂଟନ କରାଯାଇଛି । ସ୍ୱାସ୍ଥ୍ୟ ଓ ୱେଲନେସ୍‌ର ବିଭିନ୍ନ ବିଷୟର ମୁକାବିଲା କରି ଗୋଷ୍ଠୀ ପାଇଁ ଏକ ସୁସ୍ଥକର ପରିବେଶ ସୃଷ୍ଟି କରିବାକୁ ଟିଏସ୍‌ଏଫ୍ ଲକ୍ଷ୍ୟ ରଖିଛି ।

Exit mobile version