Site icon ଆଜିକାଲି

ରିମୁଳି ମହାବିଦ୍ୟାଳୟ ପରିସରରେ ଆଜାଦୀ କା ଆମୃତ  ମହୋତ୍ସବ ଅନୁଷ୍ଠିତ    

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ରିମୁଳି ମହାବିଦ୍ୟାଳୟ ଓ ଭାରତ ସରକାର ଙ୍କ ସଂସ୍କୃତି ମନ୍ତ୍ରଣାଳୟ ର ମିଳିତ ଆନୁକୂଲ୍ୟରେ ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକାଇବା ପାଇଁ ଆଜାଦୀ କା ଆମୃତ ମହୋତ୍ସବ ରିମୁଳି ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ଭାରତର ସ୍ବାଧିନତା ସଂଗ୍ରାମ ଓ କ୍ରାନ୍ତିଅର୍ଥ ଓ ସ୍ବାଧିନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବେ  ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କର୍ଣ୍ଣଶ୍ବେର ଜେନା,ମୁଖ୍ୟବକ୍ତା ଭାଗିରଥି ପୃଷ୍ଟି ପୂର୍ବତନ ନାଭି ସୁଦର୍ଶନ ସ୍ବାଇଁ ଓ ଦୁଷ୍ମନ୍ତ ସ୍ବାଇଁ,ପୂର୍ବତନ ଓଜିବି ବିଏମ ବିପିନ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୨ଶହ ଛାତ୍ରଛାତ୍ରୀ ସମେତ ଅଧ୍ୟାପକମାନେ ସାମିଲ ହୋଇଥିଲେ।ଆୟୋଜିତ ସଭାରେ ଅଧ୍ୟାପିକା ସାଗରିକା,ତରୁଣ ସେଠୀ,ଗୁଲସନ ମହାନ୍ତ ପରିଚାଳନା କରିଥିଲେ।

Exit mobile version