କେନ୍ଦୁଝର, କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବିଟ୍ ଅଧିନସ୍ଥ କୋଳିମାଟି ଗ୍ରାମ ନିକଟରେ ଶୁକ୍ରବାର ଏକ ପଥର ଖାଲରୁ ଉଦ୍ଧାର କରାଯାଇଥିଲା ପ୍ରାୟ ୨ ମାସର ହାତୀ ଛୁଆକୁ । ଚର୍ଚ୍ଚା ହୁଏ ହାତୀ ଯଦି ମଣିଷ ସଂସ୍ପର୍ଶରେ ଆସେ ତାହାହେଲେ ସେହି ହାତୀକୁ ହାତୀ ମାନେ ଗ୍ରହଣ କରିନଥାନ୍ତି । ଆଜି ଏହି କଥାଟିର ସତ୍ୟତା ଦେଖିବାକୁ ମିଳିଛି ଏହି ସ୍ଥାନରେ । ହାତୀ ସାବକ ଟିକୁ ବନ ବିଭାଗ ତଥା ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରିବା ପରେ ଶାବକ ଟିକୁ ଗ୍ରହଣ କରିନାହାଁନ୍ତି ହାତୀ ପଲ ବା ମା’ ହାତୀ । ବନବିଭାଗ ର ବହୁ ଚେଷ୍ଟା ପରେ ମଧ୍ୟ ଶାବକ ଟିକୁ ନେଉନି ମା’ ହାତୀ । ହାତୀ ଶାବକ ଟିର ବୟସ ପାଖାପାଖି ୨ରୁ ୩ମାସ ହୋଇଥିବା ରୁ ଠିକ ଭାବେ ଖାଦ୍ୟ ଗ୍ରହଣ କରିବା ମଧ୍ୟ ସେ ଶିଖିନାହିଁ । ଚିକିତ୍ସକଙ୍କ କହିବା ଅନୁସାରେ ସାବକଟିକୁ ବର୍ତ୍ତମାନ ଲାକ୍ଟୋଜିନ ଦିଆଯାଉଛି । ତାର ସୁରକ୍ଷା ଓ ଉପଯୁକ୍ତ ତତ୍ୱାବଧାନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ପଠାଇଲା ବନବିଭାଗ ।