Site icon ଆଜିକାଲି

ବୋର୍‌ୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ମିଳିଲା ମା’ର ପରିଚୟ

ସମ୍ବଲପୁର : ଗତମାସରେ ସମ୍ବଲପୁର ରେଙ୍ଗାଲି ପରିତ୍ୟକ୍ତ ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାର ମା’ଙ୍କ ପରିଚୟ ମିଳିଥିବା ସମ୍ବଲପୁର ଏସପି ସୂଚନା ଦେଇଛି । ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ଓ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ସୂଚନା ଦେଇଛନ୍ତି। ମହିଳା ଜଣଙ୍କ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଉଦ୍ଧାର ଶିଶୁକନ୍ୟାଟି ସଂପୃକ୍ତ ମହିଳାଙ୍କର ଦ୍ୱିତୀୟ ସନ୍ତାନ ବୋଲି ଜଣାପଡିଛି।

ବୋରୱେଲରୁ ଉଦ୍ଧାର ପରେ ଏବେ ଝିଅଟି ଭୀମସାରରେ ଚିକିତ୍ସାଧୀନ ଗତକାଲି ତାର ଏକୋଇଶା ହୋଇ ନାମକରଣ କରାଯାଇଥିଲା ‘ବିଜୟିନୀ’ ।

Exit mobile version