Site icon ଆଜିକାଲି

ରାଜ୍ୟରେ ଆଜିଠୁ ପଛୁଆ ବର୍ଗ ସର୍ଭେ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଆରମ୍ଭ ହେଉଛି । ମେ’ ୨୭ ତାରିଖ ଯାଏଁ ସର୍ଭେ ଚାଲିବ । ପ୍ରତି ଗ୍ରାମରେ ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ଏହି ସର୍ଭେ କରାଯିବ । ସର୍ଭେ ପାଇଁ ପ୍ରତି ୱାର୍ଡରେ ଖୋଲାଯିବ ଏନୁମରେଟର ସେଣ୍ଟର। ସୂଚନା ଅନୁସାରେ ଆଜିଠୁ ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ସର୍ଭେ କରାଯିବ । ମେ’ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ ।

ସରକାରୀ ସୂଚନା ଅନୁସାରେ ଜଣେ ବ୍ୟକ୍ତି ଓବିସି କମିଶନଙ୍କ ୱେବସାଇଟକୁ ଯାଇ ଅନଲାଇନରେ ନିଜ ନାମ ପଞ୍ଜିକରଣ କରିପାରିବେ। ଅଫଲାଇନ ସର୍ଭେ ପାଇଁ ଗାଁ ଓ ୱାର୍ଡରେ ଏନୁମରେଟର ସେଣ୍ଟର ବ୍ୟବସ୍ଥା କରାଯାଇଛି। ଅଙ୍ଗନବାଡ଼ି କର୍ମୀ ଓ ସ୍ଥାନୀୟ ଶିକ୍ଷକଙ୍କୁ ଏନୁମରେଟର ଭାବେ ନିଯୁକ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାର ୨୦୮ଟି ସଂପ୍ରଦାୟକୁ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ଶ୍ରେଣୀ ଭାବେ ଚିହ୍ନଟ କରିଛନ୍ତି।

Exit mobile version