Site icon ଆଜିକାଲି

ବାଗଚୀ–ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ବିସ୍ତୃତ ହସ୍ପିଟାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭୁବନେଶ୍ୱର ଇନ୍ଫୋସିଟି ଭ୍ୟାଲିରେ ବାଗଚୀ – ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ୭୫୦ ଶଯ୍ୟା ବିଶିଷ୍ଟ ବିସ୍ତୃତ କର୍କଟ ହସ୍ପିଟାଲର ଆଜି ଲୋକାର୍ପଣ ହେବ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ହସ୍ପିଟାଲର ଲୋକାର୍ପଣ କରିବେ । ଏହି ହସପିଟାଲ ପାଇଁ ରାଜ୍ୟ ସରକାର ୨୦ ଏକର ଜମି ମାଗଣାରେ ଯୋଗାଇ ଦେଇଛନ୍ତି । ୨୦୨୧ ମସିହାରେ ଏହି ହସପିଟାଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ବିଶିଷ୍ଟ ଉଦ୍ୟୋଗୀ ତଥା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଇନଷ୍ଟିଚ୍ୟୁସନାଲ କାପାସିଟି ବିଲଡିଂ ମୁଖ୍ୟ ଉପଦେଷ୍ଟା ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଏବଂ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ । ଏହି ହସପିଟାଲ ପାଇଁ ମାଗଣାରେ ୨୦ ଏକର ଜମି ଯୋଗାଇବା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ହୋଇଥିଲା ।

Exit mobile version