Site icon ଆଜିକାଲି

ବାହାନଗା ଟ୍ରେନ ଦୁର୍ଘଟଣା, ସିବିଆଇରେ ହାଜର ହେଲେ ଦୁଇ ରେଳ କର୍ମଚାରୀ

ବାଲେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାରେ ତଦନ୍ତ ଜୋରଦାର । ସିବିଆଇରେ ହାଜର ହେଲେ ଦୁଇ ରେଳ କର୍ମଚାରୀ । ସେମାନଙ୍କ ମଧ୍ୟରେ ଷ୍ଟେସନ ମାଷ୍ଟର ଏ ଏସ ପଟ୍ଟନାୟକ ଓ ସେଦିନ ଦାୟିତ୍ୱରେ ଥିବା ଷ୍ଟେସନ ମାଷ୍ଟର ଶଶୀ ଭୂଷଣ ମହାନ୍ତି ବି ହାଜର ହୋଇଛନ୍ତି । ଚନ୍ଦକା ଥାନାରେ ଦୁଇ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି ।

ଅନ୍ୟପଟେ ମାମଲାରେ ଆଜି ସରିବ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ରିମାଣ୍ଡ ସରିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହଜାର ହେବେ ଅଭିଯୁକ୍ତ । ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଅନ ପପୁ କୁମାର ।

Exit mobile version