Site icon ଆଜିକାଲି

ବାହାନଗା ଟ୍ରେନ ଦୁର୍ଘଟଣା ମାମଲା : ହାଜର ହେଲେ ନାହିଁ ଷ୍ଟେସନ ମାଷ୍ଟର, ତିନି ଅଭିଯୁକ୍ତଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ତିନି ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡକୁ ନେଇଛି ସିବିଆଇ । ଗତକାଲିଠୁ ୪ ଦିନିଆ ରିମାଣ୍ଡରେ ନେଇ ପୁଣି ସେମାନଙ୍କୁ ଜେରା କରୁଛି ସିବିଆଇ । ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାର ପୁଣିଥରେ ରିମାଣ୍ଡରେ ଯାଇଛନ୍ତି । ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ ସିବିଆଇ ସେମାନଙ୍କୁ ପଚରାଉଚରା କରିଥିଲା । ଏଣେ ଷ୍ଟେସନ ମାଷ୍ଟର ଗତକାଲି ସିବିଆଇ ଆଗରେ ହାଜର ହୋଇନାହାନ୍ତି । ଗତକାଲି ତାଙ୍କୁ ହାଜର ହେବାକୁ କୁହାଯାଇଥିବା ବେଳେ ସେ ସିବିଆଇ ନିକଟରେ ହାଜର ହୋଇନଥିଲେ । ସିଗନାଲ ସମ୍ପର୍କିତ ଅନ୍ୟ ଦୁଇ ଜଣ ରେଳ କର୍ମଚାରୀଙ୍କୁ ମଧ୍ୟ ଜେରା କରିଥିଲା ସିବିଆଇ।

Exit mobile version