Site icon ଆଜିକାଲି

ବାହାନଗା ରେଳ ଦୁର୍ଘଟଣା : ତଦନ୍ତ ଆରମ୍ଭ କଲେ ରେଲୱେ ସେଫ୍ଟଟି କମିଶନର

ସୋର : ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ । ରେଲୱେ ସେଫ୍ଟଟି କମିଶନର ଶୈଳେଶ କୁମାର ପାଠକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଗସ୍ତ ଅବସରରେ ଶୈଳେଶ କୁମାର ପାଠକ କହିଛନ୍ତି ଯେ, ତଦନ୍ତ ନିରପେକ୍ଷ ହେବ । ତଦନ୍ତ ପୂର୍ବରୁ କିଛି କହିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ସୁରକ୍ଷାରେ କାହିଁକି ଅବହେଳା ହେଲା, କିଏ ଦାୟୀ, ଜାଣି ଶୁଣି କୌଣସି କର୍ମଚାରୀ କରିଛନ୍ତି ନା ଟେକ୍ନିକାଲ ତ୍ରୁଟି ଥିଲା । ଏସବୁ ଦିଗ ଉପରେ ଟିକନିକ୍‌ ତଦନ୍ତ କରାଯିବ । ତାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏବେ ଯାଏଁ ଦୁର୍ଘଟଣାରେ ମୋଟ୍ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ମେଡିକାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ବାହାନଗା ଟ୍ରେନ୍ ଟ୍ରାଜେଡିର ତଦନ୍ତ କରିବ ସିବିଆଇ । ଏନେଇ ରେଳ ବିଭାଗକୁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୁପାରିଶ କରିଛନ୍ତି ।

Exit mobile version