Site icon ଆଜିକାଲି

ବାହାନଗା ଟ୍ରେନ ଟ୍ରାଜେଡି : ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ୱର : ୧୨୮ ଦିନ ପରେ ଜଳିଲା ମୃତଦେହ। ଭରତପୁର ଶ୍ମସାନରେ ଲିଭିଗଲା ପରିଚୟ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର। ଭୁବନେଶ୍ବର ଭରତପୁର ଶ୍ମଶାନରେ ସମସ୍ତ ଅଚିହ୍ନା ଶବର ଶେଷକୃତ୍ୟ କରିଛି ବିଏମସି।

ଗତକାଲି ଅପରାହ୍ନରେ ଦିଲ୍ଲୀରୁ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ଏମସରେ ପହଞ୍ଚିଥିଲେ। ଏମସ, ସିବିଆଇ ଓ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇଥିଲା। ଏହାପରେ ୨୧ଟି ମୃତଦେହ ବିଏମସିକୁ ହସ୍ତାନ୍ତର କରାଯାଇଥିଲା। ଅନ୍ତିମ ସତ୍କାର ବେଳେ ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଅଧିକାରୀ ଉପସ୍ଥିତି ଥିଲେ।

Exit mobile version