Site icon ଆଜିକାଲି

ବାହାନଗା ଟ୍ରେନ ଟ୍ରାଜେଡି : ୫ ଦିନିଆ ସିବିଆଇ ରିମାଣ୍ଡରେ ଗଲେ ଗିରଫ ତିନି ଅଭିଯୁକ୍ତ

ଭୁବନେଶ୍ୱର : ବାହାନଗା ବଜାର ଟ୍ରେନ ଦୁର୍ଘଟଣା ମାମଲାରେ ସିବିଆଇ ଦ୍ୱାରା ଗିରଫ ତିନି ଅଭିଯୁକ୍ତ ୫ ଦିନିଆ ରିମାଣ୍ଡରେ ଯାଇଛନ୍ତି । ରିମାଣ୍ଡ ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି ଭୁବନେଶ୍ବର ସ୍ପେଶାଲ ସିବିଆଇ କୋର୍ଟ । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ତିନି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା ।

ରିମାଣ୍ଡ ଶେଷ ପରେ ୧୧ ତାରିଖରେ ପୁଣି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ଦୁର୍ଘଟଣାର ଠିକ୍ ୩୫ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି । ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହ ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି ।

Exit mobile version