Site icon ଆଜିକାଲି

ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର : ବ୍ଲାକମେଲିଂ କୁଇନ ତଥା ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର ଏସଡିଜେଏମ କୋର୍ଟ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଫଳରେ ଏବେ ଜେଲରୁ ମୁକୁଳି ପାରିବେନି ଅର୍ଚ୍ଚନା ନାଗ।

ସୂଚନା ଯେ, ଦେହ ବ୍ୟବସାୟ ଭଳି କଳା ବେପାରରେ ଯୁବତୀଙ୍କୁ ନିୟୋଜିତ କରିବା, ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ସୁଟ୍ କରି ଟଙ୍କା ପାଇଁ ବ୍ଲାକମେଲ୍ କରିବା ଆଦି ବିଭିନ୍ନ ସଙ୍ଗିନ୍ ଦଫାରେ ଗିରଫ ହୋଇ ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ। ସମ୍ପ୍ରତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ମାମଲାର ମୁଖ୍ୟ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନର ଶୁଣାଣି ଭୁବନେଶ୍ବର ଏସ ଡିଜେଏମ୍ କୋର୍ଟରେ ହୋଇଥିଲା। ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ସୋମବାର ରାୟ ପ୍ରକାଶ ପାଇଛି।

FacebookTwitterLinkedinWhatsapp
Exit mobile version